ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଶହେରୁ ଅଧିକ ମୃତ

ନୂଆଦିଲ୍ଲୀ,୨୨/୦୬: ଆଫଗାନିସ୍ତାନରେ ଭୂମିକମ୍ପ ଝଟକା । ଏଥିରେ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେବଳ ଆଫଗାନିସ୍ତାନ ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି । ୟୁଏସ ଜିୟୋଲୋଜିକାଲ ସର୍ଭେର ତଥ୍ୟ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣପୂର୍ବ ଆଫଗାନିସ୍ତାନରେ ଥିଲା ।