ଆର୍ଥ ଆୱାର ପାଳନ କରିବା ସହ ଅନ୍ୟମାନଙ୍କୁ ଏହା ପାଳିବାକୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩/୦୩: ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ବନ୍ଦ ରହିବ ବିଜୁଳି । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ଯ୍ୟାଳୟ ଗୁଡ଼ିକରେ ଗୋଟିଏ ଘଂଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସର ଆଲୁଅ ବନ୍ଦ ରଖିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେହିପରି ଏହି ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରତିବର୍ଷ ମାର୍ଚ୍ଚ ମାସର ଅନ୍ତିମ ଶନିବାରଏହି ଆର୍ଥ ଆୱାର ପାଳିତ ହୋଇଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆର୍ଥ ଆୱାର ପାଳନ କରିବା ସହ ଅନ୍ୟମାନଙ୍କୁ ଏହାକୁ ପାଳିବାକୁ ବାର୍ତ୍ତା ଦେଇଛନ୍ତି ।