ନୂଆ ଭୋଟରଙ୍କୁ ମିଳିବ ଇ-ପରିଚୟପତ୍ର

ଭୁବନେଶ୍ୱର, ୧୩/୩: ଆଜି ଓ ଆସନ୍ତାକାଲି ରାଜ୍ୟର ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ବତନ୍ତ୍ର ଅଭିଯାନ ଚାଲିବ। ଏହି ସ୍ୱତନ୍ତ୍ର ଅଭିଯାନରେ ନୂଆ ଭୋଟରଙ୍କୁ ମିଳିବ ଇ-ଭୋଟର କାର୍ଡ । କିନ୍ତୁ ୨୦୨୧ରେ ମୋବାଇଲ୍‌ ନମ୍ବର ସହ ନାମ ପଞ୍ଜୀକରଣ କରିଥିଲେ ମିଳିବ ଏହି ଇ-ପରିଚୟପତ୍ର । ରାଜ୍ୟରେ ପଞ୍ଜୀକୃତ ୪୨ ହଜାର ୪୨୧ ନୂଆ ଭୋଟରଙ୍କ ମଧ୍ୟରୁ ୧୦ ହଜାର ୯୨୨ ଜଣ ଇ-ଭୋଟର କାର୍ଡ ନେଇଛନ୍ତି ।  ସେହିପରି ବଳକା ଥିବା ଭୋଟରଙ୍କୁ ୨ ଦିନିଆ ଅଭିଯାନରେ ଇ-ଭୋଟର କାର୍ଡ ଦିଆଯିବା ନେଇ ସୂଚନା ରହିଛି।