ହିଞ୍ଜିଳିକାଟୁ ଓ ଶେରଗଡ଼ରେ ଇ-ସ୍ମାର୍ଟ କ୍ଲାସ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩/୮: ଗଞ୍ଜାମର ହିଞ୍ଜିଳିକାଟୁ ଓ ଶେରଗଡ଼ରେ
ଇ ସ୍ମାର୍ଟ କ୍ଲାସ୍ VC ଜରିଆରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆମ ଓଡ଼ିଶାର ପିଲାମାନେ କାହାଠାରୁ କମ୍ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ।ହକିରେ ଅଲିମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି। ଆଜି ୧୦ଟି ଇ-ସ୍ମାର୍ଟ କ୍ଲାସ୍ ଉଦ୍‌ଘାଟନ ହୋଇଛି। ଅନ୍ୟପଟେ 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ।