E-ମାର୍କେଟ ପୋର୍ଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୧୨: ଆଜି E-ମାର୍କେଟ ପୋର୍ଟାଲର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପୋର୍ଟାଲ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ  ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମାଆମାନଙ୍କ କଥା ବୁଝିବାକୁ ଏକ ବିଭାଗ ରହିଛି। ରାଜ୍ୟରେ ୨୦ ବର୍ଷ ତଳେ SHG ଆରମ୍ଭ ହୋଇଥିଲା।  ଆଉ ଆଜି ଏହି ମିଶନ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି। ମିଶନ ଶକ୍ତିର ମାଆମାନଙ୍କୁ ୬ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। SHGର ଆର୍ଥିକ ଅଭିବୃଦ୍ଧି ପାଇଁ ୨୦୦ କୋଟି ମଞ୍ଜୁର ହୋଇଛି।