ପୁଣି ନିରାଶ କଲେ ଦୂତୀ

ନୂଆଦିଲ୍ଲୀ,୨/ ୮: ଟୋକିଓ ଅଲିମ୍ପିକ୍ସର ମହିଳା ୨୦୦ ମିଟର ଦୌଡ଼ରେ ମଧ୍ୟ ନିରାଶ କରିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ୨୦୦ ମିଟର ହିଟ୍‌ରେ ସପ୍ତମ ସ୍ଥାନରେ ରହିଲେ ଦୂତୀ । ୨୩.୮୫ ସେକେଣ୍ଡରେ ଦୂରତା ଅତିକ୍ରମ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ଚଳିତ ସିଜିନ୍‌ରେ ଏହା ଦୂତୀଙ୍କର ସର୍ବୋତ୍ତମ ପ୍ରଦର୍ଶନ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ ଯେ ମହିଳା ଶହେ ମିଟର ଦୌଡ଼ରେ ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଥିଲେ । ୫ମ ହିଟ୍‌ରେ ଥିବା ଦୂତି ସପ୍ତମ ସ୍ଥାନରେ ରହିଥିଲେ। ମୋଟ୍ ଉପରେ ସେ ୪୫ତମ ସ୍ଥାନରେ ରହିଥିଲେ। ସେ ୧୧.୫୪ ସେକେଣ୍ଡରେ ଶହେ ମିଟର ଦୂରତ୍ୱକୁ ଅତିକ୍ରମ କରିଥିଲେ ।