ନୂଆ ଜାତୀୟ ରେକର୍ଡ କଲେ ଦୂତୀ ଚାନ୍ଦ

ଭୁବନେଶ୍ୱର, ୨୧/୬: ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କରିଛନ୍ତି ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ସେ ଭାଙ୍ଗିଛନ୍ତି। ସେ ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ରେକର୍ଡ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା ।