ମଥାରେ ସିନ୍ଦୂର ଦେଲେ ଆଉ କହିଲେ ମୁଁ ବାପା ହେବାକୁ ଚାହୁଁଚି: ଦୂତି ଚାନ୍ଦ

ଭୁବନେଶ୍ୱର,୧୨/୫:ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍‌କୁ ସାକ୍ଷାତକାର ଦେଇ ଏହା କହିଛନ୍ତି। ଦୂତି ଚାନ୍ଦ ତାଙ୍କ ବାନ୍ଧବୀକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।ସେମାନେ ବିବାହ କଲେ ବାପା କିଏ ହେବେ ବୋଲି ଏକ ଜାତୀୟ ମାଗାଜିନ୍‌ରେ ଦୂତିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଦୂତି ବାପା ହେବେ ବୋଲି କହିଥିଲେ। ଦୂତି ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ କେବେ ବାହାଘର ହେବ ସେ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇ ନାହିଁ।

ସେପଟେ ସମଲିଙ୍ଗୀ ବିବାହ ଅଧିକାର ନେଇ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆଉ ଏହାରିମଧ୍ୟରେ ଜାତୀୟ ଗଣମାଧ୍ୟମ ମାଗାଜିନର କଭର ଷ୍ଟୋରୀରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଚିତ୍ରରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି ।