କୋଭିଡି କଟକଣା ସହ ପାଳନ ହେଉଛି ବିଜୟା ଦଶମୀ

ଭୁବନେଶ୍ୱର, ୧୫/୧୦ : ଆଜି ପବିତ୍ର ବିଜୟା ଦଶମୀ। ଆଜିର ଦିନରେ ଦୁର୍ଗତୀ ନାସିନୀ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିଲେ। ଅସତ୍ୟ ଉପରେ ସତ୍ୟର ବିଜୟ ଆଜି ଭଳି ଏକ ଦିନରେ ହୋଇଥିବାରୁ ଦେଶବ୍ୟାପୀ ଏହି ପର୍ବକୁ ପାଳନ କରୁଛି । କିନ୍ତୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ-୧୯ କଟକଣା ମଧ୍ୟରେ ଦଶହରା ପାଳନ କରାଯାଉଛି। କରୋନା ଯୋଗୁଁ ପୂଜା ମଣ୍ଡପ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଗହଳି ନାହିଁ। ମେଳା ଓ ସାଂସ୍କୃତକ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ଦଶହରାର ମୁଖ୍ୟ ଆକର୍ଷଣ ରାବଣ ଦହନ କାର୍ଯ୍ୟକ୍ରମକୁ କମ କରିଦିଆଯାଇଛି। ସବୁ କିଛି ଡିଜିଟାଲ ମାଧ୍ୟମରେ କରାଯାଉଛି । ଅନ୍ୟପଟେ ବିଜୟା ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।