ହାଇକୋର୍ଟଙ୍କ ନିର୍ଦ୍ଦେଶ, ଦୁର୍ଗାପୂଜା ପାଇଁ ରାସ୍ତା ଉପରେ କରାଯାଇପାରିବ ନାହିଁ ତୋରଣ ନିର୍ମାଣ

ଭୁବନେଶ୍ୱର,୨୬/୦୯: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା। ପୂଜା ଆୟୋଜକ କମିଟି, ପ୍ରଶାସନ ଓ ସରକାରଙ୍କ ଚିନ୍ତା ବଢୁଛି। ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ସେଥିପାଇଁ ସାଜସଜ୍ଜା କାମ ଜୋରସୋରରେ ଚାଲିଥିବା ବେଳେ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗାପୂଜା ପାଇଁ ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇପାରବ ନାହିଁ। ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତା ୫ ତାରିଖ ସୁଦ୍ଧା ସମସ୍ତ ରାସ୍ତା ମରାମତି କାମ ସରିବ।  ତେବେ କଟଟ ସହରର ଏକାଧିକ ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *