ସମସ୍ତ ଦୁର୍ଗପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୧୯/୯: ଆଗକୁ ଆସୁଛି ମା ଦୁର୍ଗାଙ୍କ ପୂଜା । ପାର୍ବଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ପେଶାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି। ଭୁବନେଶ୍ବର ଡିସିିପି ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରା ରାଜଧାନୀର କୋଣ ଅନୁକୋଣରେ ସିସିଟିଭି ନଜର ରଖିଛି। ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ଜାଗାରେ ନାକାବନ୍ଦୀ ଚାଲିଛି। ଦଫା ୧୧୦ ଲାଗିଥିବା ଅଭିଯୁକ୍ତ ଥାନାରେ ହାଜିରା ଦେବେ।ସମୟରେ ହାଜିରା ନଦେଲେ ବନ୍ଧା ହେବେ ପେଶାଦାର ଅପରାଧୀ। ବ୍ରାଉନସୁଗର, ନକଲି ମଦ ପାଇଁ ଦୈନନ୍ଦିନ ଚଢ଼ାଉ ଚାଲିଛି। ହ୍ବାଇଟ୍‌ ସ୍ପାଇଡର ଅପରେସନ ପ୍ରତେକ ଥାନାରେ ଚାଲିଛି। ଚଳିତ ମାସ ୧ ତାରିଖରୁ ୧୯ ତାରିଖ ମଧ୍ୟରେ ୩୮ ମାମଲା ରୁଜୁ ହୋଇଛି। ସମସ୍ତ ଦୁର୍ଗପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ରହିଛି। ଏ ନେଇ ପୂଜା କମିଟି ସହ ଆଲୋଚନା ହୋଇଛି। ଛିନତାଇ ରୋକିବା ପାଇଁ ଟିମ ଗଠନ ହୋଇଛି। ସମସ୍ତ ସ୍ଥାନରେ ସାଦା ପୋଷାକରେ ରହିବେ ପୁଲିସ। ଟ୍ରାଫିକ ସମସ୍ୟା ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ରହିଛି। ମେଢ଼, ମେଲୋଡି ଓ ମିନାବଜାର ପାଇଁ କେତେକ ରାସ୍ତା ଗହଳି ହୋଇପାରେ। ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି।