ବର୍ଷାରେ ଭୁଶୁଡ଼ିଲା ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ

ଭୁବନେଶ୍ୱର,୬/୧୦: ବର୍ଷାରେ ଭୁଶୁଡ଼ିଲା ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ । ୩୦ ଫୁଟ ଉଚ୍ଚର ଏହି ଗେଟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ଅପରାହ୍ନରେ ହୋଇଥିବା ବର୍ଷାର ପ୍ରଭାବରେ ଏଭଳି ହୋଇଥିବା କହିଛନ୍ତି ପୂଜା କର୍ମକର୍ତ୍ତା । ସେପଟେ ଆଗାମୀ ଦୁଇ ଘଣ୍ଟା ପାଇଁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଘଡ଼ଘଡ଼ି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ । ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼, ଯାଜପୁରକୁ ଜାରି ହେଲା ଆଲର୍ଟ । କଟକ, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଓ କୋରାପୁଟକୁ ମଧ୍ୟ ୟେଲୋ ଆଲର୍ଟ ହୋଇଛି।ସେହିପରି ପୂଜାରେ ବର୍ଷା ସମ୍ଭାବନା ନଥିବା ସୂଚନା ମିଳିଛି । ତେବେ ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *