ଦୁର୍ଗା ପୂଜାରେ ନାହିଁ ବର୍ଷା ଭୟ, ସେପଟେ ସରିଲାଣି ସବୁ ପ୍ରସ୍ତୁତି

ଭୁବନେଶ୍ୱର,୫/୧୦: ପୂଜାରେ ନାହିଁ ବର୍ଷା ଭୟ । ତେବେ ଆସନ୍ତା ଦୁଇ ଦିନ ଓ ଆଜି ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ତେବେ ଏ ସପ୍ତାହରେ କୌଣସି ଜିଲ୍ଲାରେ ବଡ଼ ବର୍ଷା ଭୟ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବର୍ତ୍ତମାନ ବାୟୁମଣ୍ଡଳରେ ଆଦ୍ରତା ରହୁଥିବାରୁ ଦିନ ସମୟରେ ବେଶୀ ଗୁଳୁଗୁଳି ଅନୁଭୂତ ହେଉଛି ।  ସେପଟେ ଆକାଶ ନିର୍ମଳ ସହ ମେଘମୁକ୍ତ ରହିବ ବୋଲି ଜଣାପଡ଼ିଛି । କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରହିବ ।

Leave a Reply

Your email address will not be published. Required fields are marked *