ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର ଡୁଏନ ବ୍ରାଭୋଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ,୫/୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର ଡୁଏନ ବ୍ରାଭୋ ଅବସର ଘୋଷଣା କରିଛନ୍ତି। T-20 ବିଶ୍ବକପ୍ ପରେ କ୍ରିକେଟ୍‌ରୁ ଅବସର ସେ ନେବେ  । ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ ଖେଳିବେ ବ୍ରାଭୋ । ସୂଚନାଯୋଗ୍ୟ ଯେ ପୂର୍ବରୁ ଟେଷ୍ଟରୁ ଅବସର ସେ ନେଇ ସାରିଛନ୍ତି। ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଖେଳି ଆନ୍ତର୍ଜାତିକ ସେ କ୍ୟାରିଅର ଆରମ୍ଭ କରିଥିଲେ । ୪୦ଟି ଟେଷ୍ଟ ଏବଂ ୧୬୪ଟି ଦିନିକିଆ ଖେଳିଛନ୍ତି ବ୍ରାଭୋ।