ନୂଆଦିଲ୍ଲୀ, ୫/୧୧: ବହୁ ଚର୍ଚ୍ଚିତ ମୁମ୍ବାଇ ଡ୍ରଗ୍ସ ମାମଲାର ତଦନ୍ତ ଦାୟିତ୍ବରୁ ହଟିଛନ୍ତି ସମୀର ୱାଙ୍ଖଡେ। ତାଙ୍କ ନାମରେ ଲାଞ୍ଚ, ବଟି ଭଳି ଅଭିଯୋଗ ଆସିବା ପରେ ୱାଙ୍ଖଡେ ତଦନ୍ତ ରୁ ହଟିଛନ୍ତି।
NCBର ଆଞ୍ଚଳିକ ନିର୍ଦେଶକ ଅଛନ୍ତି ସମୀର। ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନଙ୍କ ମାମଲାର ତଦନ୍ତ କରୁଥିଲେ ସମୀର। ଏବେ ତାଙ୍କୁ ବେଲ ମିଳିବା ପରେ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏନସିବି ରେ ହଜାର ହେବାକୁ ନୋଟିସ ହୋଇଛି।