ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୧୦/୧୧: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ସ୍ବଗାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।ସେ ବିମାନବନ୍ଦରରେ ପହଁଚିବା ପରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାମହିମ ପୁରୀ ଯିବେ । ବିମାନବନ୍ଦରରୁ ୧୧ଟା ୧୦ ମିନିଟ ସମୟରେ ହେଲିକପ୍ଟର ଯୋଗେ ପୁରୀ ଯିବେ । ୧୧ଟା ୪୦ମିନିଟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ ।