ଚଳିତଥର ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୨୬/୦୬: ଆଉ ୧୦ ଟା ଦିନ ଗଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଚଳିତଥର ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ରୁ ୯ ତାରିଖ ଯାଏ ଓଡିଶା ଗସ୍ତରେ ରହିବେ ମହାମହିମ । ଏହି ସମୟରେ ଭୁବନେଶ୍ୱର ଏବଂ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ରଥଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ସ୍ନାନ ପରେ ଏବେ ଶ୍ରୀଜୀଉ ଜ୍ଵରରେ ପୀଡିତ ଅଛନ୍ତି। ତେଣୁ ସେବାୟତ ମାନେ ଗୁପ୍ତସେବା କରୁଛନ୍ତି