କର୍କଟ ରୋଗର ଚିକିତ୍ସା ପାଇଁ ସିଏଆର ଟି-ସେଲ ଥେରାପିର ଲଂଚ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୪/୦୪: ସାରା ବିଶ୍ୱରେ ଏବେ କର୍କଟ ରୋଗରେ ପୀଡିତ ଲୋକଙ୍କ ମୃତ୍ୟୁହାର ବଢିବାରେ ଲାଗିଛି । ଦେଶର ସର୍ବାଧିକ କର୍କଟ ରୋଗୀଙ୍କର ଚିକିତ୍ସା ଶେଷ ପର୍ଯ୍ୟାୟରେ ହେଉଛି । ଏହି ସମୟରେ ରୋଗୀର ଚିକିତ୍ସା କରିବା ଓ ତାଙ୍କୁ ବଞ୍ଚାଇ ରଖିବା ବଡ କଷ୍ଟକର ।ଭାରତରେ ମଧ୍ୟ କର୍କଟ ରୋଗ ମାନବସମାଜ ପାଇଁ ଏକ ଅଭିଶାପ ପାଲଟିଯାଇଛି । ଏନେଇ ପବଇ ସ୍ଥିତ ଆଇଆଇଟି ବମ୍ବେ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୁରୁବାର ଦିନ କର୍କଟ ରୋଗର ଚିକିତ୍ସା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ସିଏଆର ଟି-ସେଲ ଥେରାପିର ଲଂଚ କରିଛନ୍ତି । ଆଇଆଇଟି ବମ୍ବେ ଓ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ବିକଶିତ ଏହି ଜିନ୍ ଆଧାରିତ ଥେରାପି ବିଭିନ୍ନ ପ୍ରକାର କର୍କଟ ରୋଗକୁ ଠିକ୍ କରିବାରେ ସହାୟତା କରିବ ।