ଭୁବନେଶ୍ୱର,୨୦/୧୧: ମୟୂରଭଞ୍ଜ ବାରିପଦାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡିଆରେ ଅବତରଣ କରିଛନ୍ତି । ଏଠାରୁ ଯାଇ ସହିଦ ସ୍ମୃତି ଭବନରେ ପହଞ୍ଚିବା ପରେ ସାନ୍ତାଳି ଲେଖକ ସଙ୍ଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ତଥା ରାଜ୍ୟ ବାହାରର ଲେଖକ ଲେଖିକା ସାମିଲ ହୋଇଛନ୍ତି । ସାନ୍ତାଳି ଭାଷାକୁ ମାନ୍ୟତା ମିଳିବା ପରେ ଏହା ହେଉଛି ସାନ୍ତାଳି ଲେଖକଙ୍କ ବଡ କାର୍ଯ୍ୟକ୍ରମ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପୁରା କାର୍ଯ୍ୟକ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପ୍ରତ୍ୟେକଙ୍କୁ ଯାଞ୍ଚ କରି କାର୍ଯ୍ୟକ୍ରମକୁ ପ୍ରବେଶ କରିବାକୁ ଅନୁମତି ମିଳିଛି ।