ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ ମହାମହିମ

ଭୁବନେଶ୍ୱର,୨୭/୦୭: ରାଷ୍ଟ୍ରପତି ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତିି। ସେଠାରେ ନିଜର ଅଭିଭାଷଣ ରଖିଛନ୍ତି । ଜୀବନ ଦର୍ଶନର କଥା କହିବା ସହ ଶାନ୍ତି ପ୍ରେମ ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି- ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ବିଭିନ୍ନ ଦ୍ରବ୍ୟର ମୋହରେ ପଡୁଛେ । କିନ୍ତୁ ଜୀବନର ଶେଷ ସମୟରେ ବଡ଼ ଘର, ଗାଡ଼ି, ଦାମୀ ଲୁଗାପଟା, ସୁସ୍ୱାଦୁ ଖାଦ୍ୟ ଏସବୁର ବିଶେଷ କିଛି ଆବଶ୍ୟକତା ନଥାଏ ।ପିଲାମାନେ ବଡ଼ ଚାକିରି କରି ବାହାରକୁ ଚାଲିଯାଇଥାନ୍ତି । ଶରୀର କ୍ଷୀଣ ହୋଇଯାଇଥିବାରୁ ଭଲ ଲୁଗାପଟା ପିନ୍ଧିବା ସମ୍ଭବ ହୁଏନି ।