ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫/୫: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ସେ ଆଜି ପ୍ରଥମେ ରାଇରଙ୍ଗପୁର ମହୁଲଡିହା ଗାଁରେ ଥିବା ଶିବମନ୍ଦିର ଯାଇ ଭଗବାନଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି । ଏହା ପରେ ରଘୁନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ପରେ ଦାଣ୍ଡବୋଷ ଯାଇ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହା ପୂର୍ବରୁ ସକାଳେ ରାଷ୍ଟ୍ରପତିଙ୍କ ପାଇଁ ବ୍ରହ୍ମକୁମାରୀ କେନ୍ଦ୍ରରୁ ସୁସ୍ୱାଦୁ ଜଳଖିଆ ଆସିଥିଲା । ଯେଉଁଥିରେ ମଣ୍ଡା ପିଠା, ଛେନା ଗଜା, ଚିତଉ ପିଠା ଓ ପୋଡ଼ ପିଠା ଆଦି ରହିଥିଲା । ବ୍ରହ୍ମକୁମାର କେନ୍ଦ୍ରର ଭାଇଭଉଣୀମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏସବୁ ପିଠା ଆଣିଥିଲେ । ତେବେ ଦିନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ଥିବା ସୂଚନା ରହିଛି ।