ଆବୁଧାବି ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ, ୨ ଭାରତୀୟଙ୍କ ସମେତ ଜଣେ ପାକିସ୍ତାନୀ ମୃତ

ନୂଆଦିଲ୍ଲୀ, ୧୭/୧: ଆବୁଧାବି ଅନ୍ତାର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ୩ଟି ତେଲ ଟ୍ୟାଙ୍କର ଉପରେ।ଡ୍ରୋନ୍ ଆକ୍ରମଣ ହୋଇଛି। ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି। ଏହି ଘଟଣା ରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହାସହ ଆଉ ୬ ଜଣ ଗୁରୁତର ହୋଇଛନ୍ତି । ଏହାବ୍ୟତୀତ ଆଉ କଣ ସବୁ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।