ଏହି ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର, ୨୫/୮: ଏଣିକି ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧତ୍କାରୀଙ୍କୁ ଟ୍ରନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ଏକ୍ଷେତ୍ରରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠି ଲେଖାଯାଇଛି । ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ମୋଟରଯାନ ଆଇନ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ୩ ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମ ଥର ଉଲ୍ଲଙ୍ଘନ ହେଲେ ମଧ୍ୟ ୩ ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ସେହିପରି ଧାର୍ଯ୍ୟ ନିୟମଠାରୁ ଅଧତ୍କ ବେଗରେ ଗାଡ଼ି ଚଳାଇଲେ, ଓଭରଲୋଡ୍ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା ,ହେଲମେଟ୍ ପିନ୍ଧି ନଥିଲେ, ମୋବାଇଲ ବ୍ୟବହାର କଲେ ,ରେଡ୍ ଲାଇଟ୍ ଉଲ୍ଲଙ୍ଘନ, ରଙ୍ଗ୍‌ରୁଟ୍ ଡ୍ରାଇଭ୍ କଲେ ଲାଇସେନ୍ସ ରଦ୍ଦ ହେବ ।