ସରକାର ଘୋଷଣା ନକରିବା ଯାଏ ଚାଲୁ ରହିବ ଆନ୍ଦୋଳନ

ଭୁବନେଶ୍ୱର,୧୭/୩: ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଡ୍ରାଇଭର ଏକତା ମହାସଂଘ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଏହାସହ ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ। ଏଣୁ ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ, ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ।

ସୂଚନାଯୋଗ୍ୟ, ଗତକାଲି ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତାମାନଙ୍କର ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକ ହୋଇଥିଲା। ଏଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ବି ଉପସ୍ଥିତ ଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା କୁହାଯାଇଥିଲା।