ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ ପରାମର୍ଶ

ଭୁବନେଶ୍ୱର,୧୦/୩: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି ।ଏହାକୁ ଦୃଷ୍ଟିରେ ରଖି ‘ଓସେପା’ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । DEO ଓ DPC ମାନଙ୍କୁ ଚିଠି ଲେଖି ‘ଓସେପାର’ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ମାର୍ଗଦର୍ଶିକା ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ କୁହାଯାଇଛି। ସେହିପରି ପିଲାମାନଙ୍କୁ ପାଣି ବୋତଲ ସହ ସ୍କୁଲ ପଠାଇବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାନୁଯାୟୀ , ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିବାକୁ ଗାଇଡଲାଇନ୍‌ରେ ନିର୍ଦ୍ଦେଶ ରହିଛି। ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ କୁହାଯାଇଛି। ସେହିପରି ପିଲାମାନଙ୍କୁ ପାଣି ବୋତଲ ସହ ସ୍କୁଲ ପଠାଇବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି।