ପୁରୀ ପାଇଁ  ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ

ଭୁବନେଶ୍ୱର, ୨୬/୭: ପୁରୀ ପାଇଁ  ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ ଆରମ୍ଭ ହେବ।ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀବାସୀଙ୍କୁ ସିଧାସଳଖ ଟ୍ୟାପ୍ ଯୋଗେ ମିଳିବ ବିଶୁଦ୍ଧ ପାନୀୟ ଜଳ । ୨.୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ପାଇପାରିବେ । ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ ଦ୍ବାରା ବାର୍ଷିକ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ ।ପୁରୀ ସହରରେ ବାର୍ଷିକ ୪୦୦ ମେଟ୍ରିକ ଟନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର କମ ହେବ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅନ୍ତର୍ଜାତୀୟ ସହରମାଳାରେ ପୁରୀ ସାମିଲ ରହିଛି। ଲଣ୍ଡନ, ଲସ ଏଞ୍ଜେଲ୍ସ ଓ ସିଙ୍ଗାପୁର ସହ ପୁରୀ ସମକକ୍ଷ ହେବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ପଞ୍ଚାୟତିରାଜ ଓ ଜଳଯୋଗାଣ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ରହିଥିଲେ।