ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ

ଭୁବନେଶ୍ୱର, ୬/୨: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରକ ଚାପାରେ ପ୍ରଫୁଲ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କଟକ ନିର୍ଗୁଣ୍ଡି ଟୋଲ ଗେଟ ନିକଟରୁ ମୃତ ଦେହ ଉଦ୍ଧାର କରିଛି ଟାଙ୍ଗି ପୋଲିସ ।ଅନ୍ୟପଟେ  ଏହା ଦୁର୍ଘଟଣା କି ହତ୍ୟା ତଦନ୍ତ କରୁଛି ଟାଙ୍ଗୀ ପୋଲିସ ।ଉଲ୍ଲେଖଯୋଗ୍ୟ ଯେ ଡବଲ ମର୍ଡର ଘଟଣା ପରଠାରୁ ସେ ଫେରାର ଥିବା ସୂଚନା ରହିଛି।