ନୂଆଦିଲ୍ଲୀ, ୧୫/୦୨: କ୍ଷମତାକୁ ଆସିବା ପରେ ସବୁ ଘୋଷଣାକୁ କାର୍ୟ୍ୟକାରୀ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ଶପଥ ନେବା ପରେ ଟ୍ରମ୍ପ ଏକ ବଡ ଘୋଷଣା କରିଥିଲେ ଓ ସେନାରୁ ତୃତୀୟଲିଙ୍ଗୀଙ୍କୁ ବାଦ ଦିଆଯିବ ବୋଲି କହିଥିଲେ । ଯାହାକୁ ଏବେ କାଯ୍ୟକାରୀ କରାଯିବ ସୂଚନା ଅନୁସାରେ ଯେଉଁମାନେ ସେନାରେ ଅଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ଓ ନୂଆ ଭର୍ତ୍ତିକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇଛି । ଏଥିସହ ସେନାରେ ସମସ୍ତ ପ୍ରକାର ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାକୁ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଛି । ନିଜ ଶପଥ ପାଠ ଦିନ ଟ୍ରମ୍ପ କହିଥିଲେ ତୃତୀୟଲୀଙ୍ଗିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ । ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ସୁରକ୍ଷା ପ୍ରସଙ୍ଗରେ ଆଉ କୌଣସି ବୁଝାମଣା କରିବନି । ତୃତୀୟଲିଙ୍ଗୀ ସେନାରେ ରହିବା ଭବିଷ୍ୟତରେ ହାନିକାରକ ହୋଇପାରେ । ତେଣୁ ସେନାରୁ ଏମାନଙ୍କୁ ବାଦ ଦିଆଯାଉଛି ।