ଚିଲିକାରେ ଵିରଳ ପ୍ରଜାତି ଇରାୱାଡି ଡଲଫିନ ଗଣନା ଆରମ୍ଭ

ଭୁବନେଶ୍ୱର,୨୦/୦୧: ଚିଲିକାରେ ଵିରଳ ପ୍ରଜାତି ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଛି। ସମଗ୍ର ଚିଲିକାକୁ ୩ଟି ଜୋନରେ ଭାଗ କରାଯାଇ ଗଣନା କରାଯାଉଛି। ଦକ୍ଷିଣ, ଉତ୍ତର ଓ କେନ୍ଦ୍ରୀୟ ଏଭଳି ୩ଟି ଜୋନରେ ମୋଟ ୧୮ ଟିମ୍‌ ଗଣନାରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୫ ଜଣ ସଦସ୍ୟ ଅଛନ୍ତି। ସମୁଦାୟ ୯୦ ଜଣ ଗଣନାକାରୀ ସାତପଡା, ବାଲୁଗାଁ, ଟାଙ୍ଗୀ, କୃଷ୍ଣପ୍ରସାଦ ଏବଂ ରମ୍ଭା ରେଞ୍ଜ ରେ ଗଣନା କରୁଛନ୍ତି । ସାତପଡା ରେଞ୍ଜରେ ୮ଟି ଟିମ ଗଣନା କରୁଥିବା ବେଳେ ଅନ୍ୟ ରେଞ୍ଜରେ ୧୦ଟି ଟିମ ଗଣନା କରୁଛି। ବାଇନା କୁଲର ଓ ଜିପିଏସ୍ ଟ୍ରାକିଂ ସାହାଯ୍ୟରେ ଗଣନା କାର୍ଯ୍ୟ କରାଯାଉଛି। ଗତ ବର୍ଷ ଚିଲିକାରେ ୧୫୮ଟି ଡଲଫିନ ଥିବା ଗଣନା ବେଳେ ଜଣାପଡିଥିଲା ଚଳିତ ବର୍ଷ ଗଣନା ବେଳେ ସଂଖ୍ୟା ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ଵରେ କେତେକ ହାତଗଣତି ଦେଶରେ ଇରାୱାଡି ଡଲଫିନ ଦେଖାଯାଇଥାନ୍ତି । ସେଥିମଧ୍ୟରୁ ଚିଲିକାରେ ସବୁଠାରୁ ଅଧିକ ଡଲଫିନ ଦେଖିବାକୁ ମିଳନ୍ତି। ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ଡଲଫିନ୍ ଗଣନା ।

Leave a Reply

Your email address will not be published. Required fields are marked *