ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ପୁଣି ହ୍ରାସ

ଭୁବନେଶ୍ୱର,୭/୧୦: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । ଡଲାର ତୁଳନାରେ ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଭାରତ ଜରୁରୀ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ମେସିନ ସମେତ ବିପୁଳ ପରିମାଣର ଔଷଧ ଆମଦାନୀ କରିଥାଏ । ଅଧିକାଂଶ ମୋବାଇଲ ଓ ଗେଜେଟ ଆମଦାନୀ ଚୀନ ଓ ପୂର୍ବ ଏସିଆରୁ ଆମଦାନୀ ହୋଇଥାଏ । ଏଥିପାଇଁ ଡଲାର ପୈଠ କରିବାକୁ ପଡିଥାଏ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଉଥିବାରୁ ଏବେ ଭାରତକୁ ଆମଦାନୀ ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ।