ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

ଭୁବନେଶ୍ୱର, ୧୮/୩: ଦୋଳ ପୂର୍ଣ୍ଣିମାରେ ଗୋପାଳବଲ୍ଲଭ ନୀତିରେ ବିଳମ୍ବ ପାଇଁ ଘଣ୍ଟାଏ ବନ୍ଦ ଥିଲା ଦର୍ଶନ। ଏହାପରେ ଶ୍ରୀମନ୍ଦିର ଖୋଲିବା ପରେ ସିଂହଦ୍ବାର ସାମ୍ନାରେ ଥିବା ବ୍ୟାରିକେଡ ଭାଙ୍ଗି ଧସେଇ ପଶିଛନ୍ତି ଭକ୍ତ। ଭକ୍ତଙ୍କୁ ଅଟକାଇବାକୁ ସେବାୟତ ଓ ପୋଲିସଙ୍କ ଉଦ୍ୟମ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଓ ଆସନ୍ତାକାଲି ହୋଲି। ଏହାସହ ଆସନ୍ତା ରବିବାର ମଧ୍ୟ ଆଉ କଟକଣା ନାହିଁ । ସବୁ ଭକ୍ତ ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ।