ଶିଶୁଙ୍କ ଯତ୍ନ ପାଇଁ ଡାକ୍ତରଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨/୭: ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହରି ବହୁ କ୍ଷତି ଘଟାଇଛି। ଆଗକୁ ତୃତୀୟ ଲହରି ଆସିବାର ଆଶଙ୍କା ରହିଛି। ତେଣୁ ତୃତୀୟ ଲହର ପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ । ତୃତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେବା ଆଶଙ୍କା ରହିିିଛି । ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ।

ତେଣୁ ଆଜି ଶିଶୁଙ୍କ ଯତ୍ନ ପାଇଁ ଡାକ୍ତରଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ କରିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଦ୍ବିତୀୟ ଲହର ବେଳେ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି ଡାକ୍ତର ।ତେଣୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା
କରିଛନ୍ତି।