ଠିଆ ହୋଇ ପାଣି ପିଇବା କାହିଁକି ଉଚିତ ନୁହେଁ ଜାଣିଛନ୍ତି କି ?

ଆମକୁ ବଞ୍ଚି ରହିବାକୁ ହେଲେ ଯେପରି ଖାଦ୍ୟ ଜରୁରୀ ସେହିପରି ପାଣି ପିଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । କାରଣ ଆମକୁ ପାଣିରୁ ଅଧିକ ଏନର୍ଜି ମିଳିଥାଏ । ଶୋଷ ଲାଗିଲେ ଏହାକୁ ମେଣ୍ଟାଇବା ଲାଗି ପାଣି ପିଇବାକୁ ପଡିଥାଏ । ଆମେ ପ୍ରତିଦିନ ପାଣି ପିଇଥାଉ , କିନ୍ତୁ ଠିକ୍ ଶୈଳୀରେ ପାଣି ନ ପିଇଲେ ଆମ ଶରୀର ଉପରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅତି କମ୍‌ରେ ୮ ଗ୍ଲାସ୍ ପାଣି ପିଇବା ନିହାତି ଆବଶ୍ୟକ। କେତେକ ଠିଆ ହୋଇ ପାଣି ପିଇଥାନ୍ତି ତ କେତେ ଜଣ ବସିକି ପାଣି ପିଇଥାନ୍ତି । କିନ୍ତୁ ଠିଆ ହୋଇ ପାଣି ପିଇବାକୁ ସମସ୍ତେ ମନା କରିଥାନ୍ତି । କାରଣ ଠିଆ ହୋଇ ପାଣି ପିଇବା ଶରୀର ପାଇଁ କ୍ଷତି କାରକ ହୋଇଥାଏ ।ଆପଣ ଜାଣିଛନ୍ତି କାହିଁକି ଠିଆ ହୋଇ ପାଣି ପିଇବା ଅନୁଚିତ ହୋଇଥାଏ । ଆସନ୍ତୁ ଜାଣିବା

ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

ଅଧିକାଂଶ ଲୋକଙ୍କ ଛିଡ଼ା ହୋଇ ପାଣି ପିଇବା ଅଭ୍ୟାସ ରହିଛି । ସମସ୍ତେ ଭାବନ୍ତି ଯେ, ଛିଡ଼ା ହୋଇ କିମ୍ବା ବସି ପାଣି ପିଇବାରେ କିଛି ପାର୍ଥକ୍ୟ ନାହିଁ। କିନ୍ତୁ ଏହା ଜାଣି ରଖିବା ଉଚିତ ଯେ ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଆମ ଶରୀରକୁ ସମ୍ପୂର୍ଣ୍ଣ ମାତ୍ରାରେ ପୋଷଣ ମିଳି ନଥାଏ। ଯଦି ଆପଣ ପାଣି ସଠିକ୍ ଭାବେ ପିଉ ନାହାନ୍ତି ତା’ହେଲେ ଧିରେ ଧିରେ ଏହା ଆପଣଙ୍କ ଶରୀରକୁ ଖୁବ୍ ପ୍ରଭାବିତ କରିପାରେ।

ଯଦି ଠିକ୍ ଭାବରେ ପାଣି ପିଆଯାଏ ତା’ହେଲେ ଆମ ଶରୀରରେ ଥିବା ବିଷାକ୍ତ ଜିନିଷକୁ ପାଣି କାଢ଼ିଦିଏ ଓ ସମସ୍ତ ମିନେରାଲ୍ସର ଲାଭ ନେଇପାରିଥାଏ। ଆମ ଶରୀରର ୭୦ ପ୍ରତିଶତ ହେଉଛି ପାଣି। ତେଣୁ ଏହା ପ୍ରତିଦିନ ସରିଯାଉଥାଏ ଓ ଏହାର ସ୍ତରକୁ ନିୟମିତ ରଖିବା ପାଇଁ ଆମେ ପାଣି ପିଉଥାଉ। କିନ୍ତୁ ଯଦି ଆପଣ ଠିକ୍ ପ୍ରକ୍ରିୟାରେ ପାଣି ପିଅନ୍ତି ତା’ହେଲେ ସମ୍ପୂର୍ଣ୍ଣ ଭାବେ ଏହା ନିୟନ୍ତ୍ରିତ ହୋଇ ନଥାଏ।

ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପାଣି ତୁରନ୍ତ ତଳକୁ ଆସିଯାଏ, ଯାହା ଦ୍ୱାରା ଆପଣଙ୍କ ହାଡ଼କୁ କ୍ଷତି ପହଞ୍ଚାଇବା ସହ ଆଣ୍ଠୁ-ଗଣ୍ଠି ଦରଜ ହେବାର ଆଶଙ୍କା ବଢ଼େଇ ଦିଏ। ଏହି ଅଭ୍ୟାସ ଆପଣଙ୍କ ଶରୀରକୁ ଦୁର୍ବଳ କରିଦିଏ। ଏହାସହ ଠିଆ ହୋଇ ପାଣି ପିଇଲେ ପାକସ୍ଥଳୀ ଉପରେ ବେଶ ପ୍ରଭାବ ପକାଇଥାଏ । ଠିଆ ହୋଇ ପାଣି ପିଇଲେ ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେଣୁ ବିଶେଷଜ୍ଞ ମାନେ ମଧ୍ୟ ଠିଆ ହୋଇ ପାଣି ପିଇବାକୁ ମନା କରିଥାନ୍ତି ।

ତେଣୁ ସର୍ବଦା ବସିକି ହିଁ ଖାଦ୍ୟ ଖାଆନ୍ତୁ ଓ ପାଣି ପିଅନ୍ତୁ। ଆମ ଶରୀର ଏମିତି ଭାବେ ତିଆରି ହୋଇଛି ଯାହା ଦ୍ୱାରା ଆପଣ ବସିକି ଖାଇଲେ ଓ ପିଇଲେ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭ ମିଳିଥାଏ । ବୋତଲରେ ହେଉ କିମ୍ବା ଗ୍ଲାସରେ, ବସିକି ପାଣି ପିଇବା ଦ୍ୱାରା ପୋଷକ ତତ୍ତ୍ୱ ମସ୍ତିଷ୍କକୁ ପହଞ୍ଚିଥାଏ ଓ ଏହାର ସକ୍ରିୟତାକୁ ବଢ଼ାଇଥାଏ। ଏହାଦ୍ୱାରା ହଜମ କ୍ରିୟା ମଧ୍ୟ ଭଲ ହୋଇଥାଏ। ବସିକି ପାଣି ପିଇବା ଦ୍ୱାରା ଆହୁରି ଅନେକ ଫାଇଦା ଶରୀରକୁ ମିଳିଥାଏ।