ଟିକାକରଣ ନେଇ DMET ଙ୍କ ସୂଚନା

ଭୁବନେଶ୍ୱର, ୮/୧: ଟିକାକରଣ ନେଇ DMET ସି.ବି.କେ. ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଟିକାକରଣ ପାଇଁ କୌଣସି ଫେକ୍‌ ଆପ୍‌ରେ ବିଶ୍ବାସ କରନ୍ତୁ ନାହିଁ। ଫେକ୍‌ ଆପ୍‌ରେ ବିଶ୍ବାସ କଲେ ହଇରାଣ ହେବେ। ଟିକା ମାଗଣାରେ ଦେବାକୁ ସରକାର କହିଛନ୍ତି। ବଜାରରେ ବିକ୍ରି କରିବାକୁ ଅନୁମତି ମିଳିଲେ ୭୦୦ରୁ ୮୦୦ ଟଙ୍କାରେ ବିକ୍ରି ହେବ। ଭୟ ନ କରି ସମସ୍ତେ ଟିକା ନିଅନ୍ତୁ ବୋଲି ସେ କହିଛନ୍ତି।