୨ଟି ଟିକାକୁ DCGI ଅନୁମୋଦନ ପରେ DMETଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୪/୧: ୨ଟି ଟିକାକୁ DCGI ଅନୁମୋଦନ ପରେ DMET ପ୍ରତିକ୍ରିୟା ରଖି କହିଛନ୍ତି ଯେ କେନ୍ଦ୍ର ଆମକୁ ଟିକା ଦେବା ପରେ ତତ୍‌କ୍ଷଣାତ ଟିକାକରଣ କରିବୁ । ପ୍ରାଥମିକସ୍ତରରେ ପ୍ରସ୍ତୁତ ଡାଟାବେସ ଅନୁସାରେ ଟିକା ଦେବାକୁ ଦାବି କରିଛୁ । ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରିଛୁ ବୋଲି DMET କହିଛନ୍ତି।

ବୟସ୍କ, ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ। ଗତ ଜୁଲାଇରେ CM ସେରମ୍ ଇନଷ୍ଟିଚ୍ୟୁଟ CEOଙ୍କ ସହ କଥା ହୋଇଥିଲେ। ଏହାସହ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ‘ସେରମ୍ ପାଖରେ ୫ କୋଟି ଟିକା ଅଛି। ଦିନେ ଦୁଇଦିନ ଭିତରେ ବିତରଣ ହେବ।

ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡର ଗୁଣବତ୍ତା ୭୦ରୁ ୯୦ ପ୍ରତିଶତ ରହିବ। ସେହିପରି ଭାରତ ବାୟୋଟେକ୍‌ର କୋଭାକସିନର ଗୁଣବତ୍ତା ୯୦ରୁ ୯୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।