ରାଜ୍ୟରେ ଦରକାର ପଡ଼ିଲେ ବନ୍ଦ ହେବ ସ୍କୁଲ: ଡିଏମଇଟି

ଭୁବନେଶ୍ୱର, ୭/୮: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି କିନ୍ତୁ ବିପଦ ଟଳିନି । କରୋନା ସଂକ୍ରମଣ କମିବା ପରେ ପିଲାଙ୍କ ପାଠପଢାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲାଯାଇଛି । କିନ୍ତୁ ଏବେ ବହୁ ପିଲା କରୋନାରେ ସଂକ୍ରମଣ ହେଉଛନ୍ତି । ଏହାରି ମଧ୍ୟରେ ଡିଏମଇଟି ସିବି କେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହେବ। ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ବାସ୍ଥ୍ୟ ବିଭାଗ । ଯେତେବେଳେ ପିଲାମାନେ ସ୍କୁଲ ଆସୁଛନ୍ତି ସେତେବେଳେ ପିଲାକୁ ଥଣ୍ଡା, କାଶ କି ଜ୍ବର ହୋଇଥିଲେ ସେହି ସଂପର୍କରେ ଅଭିଭାବକ ଜଣାଇବା ଦରକାର ବୋଲି ସେ କହିଛନ୍ତି । ପିଲାମାନେ ନେଇଥିବା ଟିକା କୋଭିଡ ଟିକା ନୁହେଁ ତେଣୁ ସାବଧାନ ରହିବାକୁ ପଡିବ ବୋଲି ଡିଏମଇଟି କହିଛନ୍ତି ।