ଭସାଣି ବେଳେ ଡିଜେର ଶଦ୍ଦ ସୀମା ଟପିବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର,୩/୧୦: ଆଜିଠାରୁ ଦେବୀ ମନ୍ଦିରଗୁଡ଼ିକରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା। ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି। ସପ୍ତମୀ ଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଯିବ। ଦଶହରା ପରଦିନ ମା’ଙ୍କ ଭସାଣି ଅନୁଷ୍ଠିତ। ତେବେ ଡିଜେ ନେଇ ଆଜି ହୋଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଭସାଣି ବେଳେ ଡିଜେର ଶଦ୍ଦ ସୀମା ଟପିବ ନାହିଁ। ଅର୍ଥାତ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ପାର୍ବଣ ପାଇଁ ରାସ୍ତାଘାଟର ମରାମତି କାମ ଅକ୍ଟୋବର ୫ ତାରିଖ ସୁଦ୍ଧା ସାରିବାକୁ ଥିବାବେଳେ  ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ହାଇକୋର୍ଟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ମରାମତି କାମ ଆଗାମୀ ୭ ଦିନ ଭିତରେ ‌ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *