ବିବାହ ସମୟରେ ଡିଜେ ଓ ବାଣ ଫୁଟାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୪/୧୨: ବିବାହ ସମୟରେ ପ୍ରସେସନରେ ନିୟମ ଉଲ୍ଲଂଘନ କରି ଡିଜେ ଓ ବାଣ ଫୁଟାଯାଉଛି। ପ୍ରସେସନ ସମୟରେ ଏହା କରିବାକୁ ଅନୁମତି ଦିଆଯାଇନାହିଁ । ଏଭଳି ନିୟମ ଉଲ୍ଲଂଘନ କରାଯାଉଥିବାର ଅଭିଯୋଗ ଆସୁଛି । ଏହି ନିୟମ ଉଲ୍ଲଂଘନ ହେଉଥିବାର ଦେଖିଲେ ପୁଲିସକୁ ତୁରନ୍ତ ୦୬୭୪-୨୫୪୦୨୯୪ ଟେଲିଫୋନ୍ ନମ୍ବରକୁ ଫୋନ କରି ଜଣାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି । ଆଇନ ଉଲ୍ଲଂଘନ କଲେ ଅର୍ବାନ ପୁଲିସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।