ଦୀପାବଳିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୧୧:ଆଜି ସାରା ଦେଶ ମନାଉଛି ଆଲୋକର ପର୍ବ ଦୀପାବଳି। ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦୀପାବଳି ସମସ୍ତଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଆଣିଦେବା କାମନା କରିବା ସହ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବାକୁ ଆହ୍ବାନ କରିଛନ୍ତି ରାଷ୍ଟ୍ରପତି ।

ଆଜି ଏହି ଆଲୋକର ପର୍ଵ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ସମସ୍ତେ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ଦୃଷ୍ଟିରୁ ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।