ଦୀପାବଳି ପାଇଁ BMC ପକ୍ଷରୁ କଟକଣା ଲାଗୁ

ଭୁବନେଶ୍ୱର, ୧୩/୧୧: ରାଜ୍ୟରେ ବର୍ତ୍ତମାନ କଁ ରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ରାଜ୍ୟରେ କରୋନାର ଦୂତୀୟ ଲହରି ଆଶଙ୍କା ରହିଛି। ସେନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଦୀପାବଳି ପାଇଁ BMC ପକ୍ଷରୁ କଟକଣା ଲାଗୁ କରାଯାଇଛି । ଭୁବନେଶ୍ବର ସ୍ଥିତ ବିନ୍ଦୁ ସାଗରରେ ଚଳିତ ବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନକୁ ବ୍ୟାନ୍ କରାଯାଇଛି । ସେହିପରି ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନକୁ ବ୍ୟାନ୍ କରାଯାଇଛି । ଲୋକ ଗହଳିକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରାଯାଇଛି।