ଆଜି ଶ୍ରୀମନ୍ଦିରରେ ପାଳନ ହେବ ଦୀପାବଳୀ ସହ ଅମାବାସ୍ୟା ନୀତି

ଭୁବନେଶ୍ୱର,୧/୧୧: ଆଜି ଶ୍ରୀମନ୍ଦିରରେ ଦୀପାବଳୀ ସହ ଅମାବାସ୍ୟା ନୀତି ପାଳନ ହେବ । ଏଥିସହ ପୟାଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ମଧ୍ୟ ଜାଳିବେ । ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି । ସେପଟେ ଗତକାଲି ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଥିଲେ କିଛି ଭକ୍ତ । ତେବେ ଜ୍ୟୋତିର୍ବିଦ୍ ଓ ଗବେଷକଙ୍କ ମତରେ, ଗତକାଲି ଅପରାହ୍ଣ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରିଥିବାରୁ ଗତକାଲି ବଡ଼ବଡୁଆ ନ ଡାକିବାକୁ ସେମାନେ କହିଥିଲେ । ଅପରପକ୍ଷେ ଗତକାଲି ଚତୁର୍ଦ୍ଦଶୀ ଥିବାରୁ ରାତିରେ କେବଳ କାଳୀପୂଜା ହେବା କଥା । ଅମାବାସ୍ୟା ତିଥି ଆଜି ଉଭୟ ସକାଳ ଓ ସଂଧ୍ୟା ଯାଏଁ ରହୁଥିବାରୁ ଆଜି ହିଁ ଶ୍ରୀମନ୍ଦିରରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ସ୍ଥିର ହୋଇଛି । କିନ୍ତୁ ପଞ୍ଜିକା ବିଭ୍ରାନ୍ତିରୁ ପର୍ବପର୍ବାଣୀ ପାଳନରେ ବାରମ୍ବାର ଏଭଳି ସ୍ଥିତି ଉପୁଜୁଛି ।