ଛାଡ଼ପତ୍ର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ତୁରନ୍ତ ମିଳିପାରିବ ଛାଡପତ୍ର

ନୂଆଦିଲ୍ଲୀ,୧/୫: ଛାଡ଼ପତ୍ର ପ୍ରସଙ୍ଗରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏଣିକି ତୁରନ୍ତ ହୋଇପାରିବ ଛାଡ଼ପତ୍ର । ପୂର୍ବରୁ ଏହି ପ୍ରକ୍ରିୟା ପାଇଁ ୬ମାସ ପର୍ଯ୍ୟନ୍ତ ସମୟ ଲାଗୁଥିଲା, ଏବଂ ଦମ୍ପତିଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ଏବେ କିନ୍ତୁ ସୁପ୍ରିମକୋର୍ଟ ଚାହିଁଲେ ତୁରନ୍ତ ହୋଇପାରିବ ଛାଡ଼ପତ୍ର । ସ୍ୱାମୀ-ସ୍ତ୍ରୀ ଭାବେ ଏକାଠି ରହିବା ସମ୍ଭବ ନଥିବା ଦମ୍ପତିଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରି ବିବାହ ବିଚ୍ଛେଦକୁ ଅନୁମତି ଦେଇପାରିବେ ବୋଲି କହିଛନ୍ତି । କିନ୍ତୁ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରିବା ବେଳେ ସର୍ବୋଚ୍ଚ ଅଦାଲତ ମଧ୍ୟ ସବୁ ପ୍ରକାରର ସ୍ଥିତିକୁ ପରଖିବେ । କେଉଁ ସବୁ ଆଚରଣ ଓ ସ୍ଥିତି ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଆଉ ସମ୍ପର୍କ ସ୍ଥାପନ କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ବିବେଚନା କରିବେ ।