ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ନିର୍ବାଚନ କମିଶନ୍, ପୁଣିଥରେ ଯାଞ୍ଚ ହେବ ଇଭିଏମ୍

ଭୁବନେଶ୍ୱର,୨୧/୦୬: ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ନିର୍ବାଚନ କମିଶନ୍ । ପୁଣିଥରେ ଯାଞ୍ଚ ହେବ ଇଭିଏମ୍ । ୧୩ଟି ବୁଥରେ ଇଭିଏମ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ କମିଶନ୍ । ୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ଟିକେଟରୁ ଲଢିଥିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ମାତ୍ର ୧୩୩୩ ଭୋଟରେ ପରାସ୍ତ ହୋଇଥିଲେ ଦୀପାଳି । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ସହ ପୁନଃ ଗଣତି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରି ନେଇଛନ୍ତି ନିର୍ବାଚନ କମିଶନ୍ । ଝାରସୁଗୁଡାର ୧୩ଟି ବୁଥ୍ର ଇଭିଏମ୍ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଅହଂକାର ପାଇଁ ନୁହେଁ ବରଂ ମୋର ଅଧିକାର ପାଇଁ ଲଢ଼ୁଛି ।