ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେଲେ ଦିଲ୍ଲୀପ ତିର୍କୀ

ନୂଆଦିଲ୍ଲୀ,୨୩/୯: ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ ତିର୍କୀ । ପ୍ରଥମ ଓଡିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି ଦିଲ୍ଲୀପ । ହକି ଇଣ୍ଡିଆର ସଭାପତି ପଦ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ଏନେଇ ଘୋଷଣା ପରେ ଏଫଆଇଏଚକୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ ।