ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି

ଭୁବନେଶ୍ୱର,୮/୦୧: ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ଡ୍ରାଇଭରଙ୍କ ଅକାଳ ବିରୋଗ ହେଲେ ଅନୁକମ୍ପା ରାଶି ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ ଜଣ ଡ୍ରାଇଭରଙ୍କ ପରିବାରକୁ ମିଳିଛି ସହାୟତା । ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଉଛି ।

ସୂଚନାଯୋଗ୍ୟ ଯେ ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩ ଜଣ ଡ୍ରାଇଭରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଡ୍ରାଇଭର ମହାସଂଘର କର୍ମକର୍ତା ଯୋଗ ଦେଇଥିଲେ ।