ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୩/୦୧: ଗୁରୁଗ୍ରାମର ବହୁଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ ମିଳିଛି । ହତ୍ୟାର ୧୧ଦିନ ପରେ ହରିଆଣାର ଏକ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ମୃତଦେହକୁ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ମାମଲାରେ ଅଭିଯୁକ୍ତ ବଲରାଜ ଗିଲ ଠାରୁ ଖବର ପାଇ ୧୧ ଦିନ ପରେ ଦିବ୍ୟାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।