ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା

ନୂଆଦିଲ୍ଲୀ,୨୩/୦୪: ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ ନୁଡଲ୍ସ । କିନ୍ତୁ କେବେ ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା । ମୁମ୍ବାଇ ଛତ୍ରପତୀ ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜବତ କରିଛି ମୁମ୍ବାଇ କଷ୍ଟମ୍ ବିଭାଗ । ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ନୁଡଲ୍ସ ପ୍ୟାକେଟରେ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରାଯାଇଛି । ସେହିପରି ୬ କେଜି ୮ ଶହ ଗ୍ରାମର ସୁନା ଜବତ ହୋଇଛି । ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ । ଏହି ମାମଲାରେ କଷ୍ଟମ୍ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।