ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭିର ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଲା ପୋଲିସ

ଭୁବନେଶ୍ୱର,୨୭/୯: ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଲା ପୋଲିସ । ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ଥିଲା ଲିଙ୍କ । ଘଣ୍ଟାରୁ କାହାକୁ ମେସେଜ କରିଛନ୍ତି କି ନାହିଁ ଜାଣିବା ପାଇଁ ଯାଞ୍ଚ ହେବ । ଘରର ସବୁ ସିସିଟିଭି କ୍ୟାମେରାକୁ ଧର୍ମେନ୍ଦ୍ର ତାଙ୍କ ଘଣ୍ଟା ଜରିଆରେ ଅପରେଟ କରୁଥିଲେ। ତେଣୁ ସେସବୁକୁ ଯାଞ୍ଚ କରାଯିବ । ଗତକାଲି ପରିବାର ଲୋକଙ୍କୁ ପଚରାଉଚରା ବେଳେ ବିଭିନ୍ନ ସମୟରେ ଘରୁ ଲକ୍ଷାଧିକ ଟଙ୍କା ନେଇଥିଲେ ଧର୍ମେନ୍ଦ୍ର । ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ।