ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଭାଇରାଲ ଅଡିଓର ହେବ ତଦନ୍ତ

ଭୁବନେଶ୍ୱର,୨୮/୯: ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ଭାଇରାଲ ଅଡିଓର ତଦନ୍ତ ହେବ। ଭାଇରାଲ୍ ଅଡିଓର ସତ୍ୟତା ନେଇ କମିଶନରେଟ୍ ପୋଲିସ ଛାନ୍‌ଭିନ୍‌ କରୁଛି। ମୃତ୍ୟୁ ପୂର୍ବରୁ ଆଉ କାହା ସହ କଥା ହୋଇଥିଲେ ତଦନ୍ତ କରିବ ପୋଲିସ। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସାହୁ ଏକାଧିକ ଲୋକଙ୍କ ସହ ଫୋନ୍‌ରେ କଥା ହୋଇଥିବା ସୂଚନା ରହିଛି। ଧର୍ମେନ୍ଦ୍ରଙ୍କ ଗାଁ ଗୋପକୁ ଯାଇ ଅଧିକ ଖୋଳତାଡ଼ କରିପାରେ ପୋଲିସ।

ଅନ୍ୟପଟେ ଗତକାଲି ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି ପୋଲିସ । ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ଥିଲା ଲିଙ୍କ । ଘଣ୍ଟାରୁ କାହାକୁ ମେସେଜ କରିଛନ୍ତି କି ନାହିଁ ଜାଣିବା ପାଇଁ ଯାଞ୍ଚ ହେବ । ଘରର ସବୁ ସିସିଟିଭି କ୍ୟାମେରାକୁ ଧର୍ମେନ୍ଦ୍ର ତାଙ୍କ ଘଣ୍ଟା ଜରିଆରେ ଅପରେଟ କରୁଥିଲେ। ତେଣୁ ସେସବୁକୁ ଯାଞ୍ଚ କରାଯିବ । ଗତକାଲି ପରିବାର ଲୋକଙ୍କୁ ପଚରାଉଚରା ବେଳେ ବିଭିନ୍ନ ସମୟରେ ଘରୁ ଲକ୍ଷାଧିକ ଟଙ୍କା ନେଇଥିଲେ ଧର୍ମେନ୍ଦ୍ର । ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ।