୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୫/୨: ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ମେଟ୍ରିକ୍ସ ଫର୍ଟିଲାଇଜର ଆଣ୍ଡ କେମିକାଲ୍ସ ଲିମିଟେଡ୍ ପରିଦର୍ଶନ କରିବେ। ସେହିପରି ଆସନ୍ତାକାଲି ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବେ। ତୈଳ ବିପଣନ କମ୍ପାନିଙ୍କ ସହ ଆଲୋଚନା ହେବ।ହଳଦିଆର IOCL ରିଫାଇନାରୀ ପରିଦର୍ଶନ କରିବା ସହ ହଳଦିଆଠାରେ PMଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନର ସମୀକ୍ଷା କରିବେ। ତୃତୀୟ ଦିନରେ ତୈଳ ଓ ଗ୍ୟାସ କମ୍ପାନି ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ।